Breaking News: ଶୈଳୀର ଶୀର୍ଷକ ଧାନ ଉଠାଣ ଦାବିରେ ଚାଷୀଙ୍କ ରାସ୍ତାରୋକୋ: ଖଡ଼ିଆଳରେ ୩୫୩ ଓ ୫୯ ଜାତୀୟ ରାଜପଥ ଅବରୋଧ

*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଧାନ ମଣ୍ଡିରୁ ଧାନ ଉଠାଣ ନେଇ ଚାଷୀ ସମୂହ ପକ୍ଷ ରୁ ୩୫୩ ନମ୍ବର ଜାତୀୟ ରାଜପଥ କୁ ବ୍ଲକ ଛକ ଠାରେ ଅବରୋଧ* ତା:୨୯.୦୬. ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଧାନ ମଣ୍ଡିରୁ ଧାନ ଉଠାଣ ନେଇ ଚାଷୀ ସମୂହ ପକ୍ଷ ରୁ ୩୫୩ ନମ୍ବର ଜାତୀୟ ରାଜପଥ କୁ ବ୍ଲକ ଛକ ଠାରେ ଅବରୋଧ କରିଛନ୍ତି। ଖଡ଼ିଆଳ ବିଜେପୁର ମଣ୍ଡି ରେ ୫୮୮ ଜଣ ଚାଷୀ ଙ୍କ ୬୫ ହଜାର ୨ ବେଗ ଧାନ ପଡ଼ିରହିଛି। ସେହିପରି ଆରେଡା ମଣ୍ଡି ରେ ୨୮୬ ଜଣ ଚାଷୀଙ୍କ ୨୯,୧୪୬ ବସ୍ତା , ଡୁଆଝର ମଣ୍ଡି ରେ ୧୫୨ ଜଣ ୧୭୨୦୬ ବେଗ ଧାନ ସହ ଭୋଜପୁର ମଣ୍ଡି ରେ ୨୦୫ ଜଣ ଚାଷୀଙ୍କ ୨୨ ହଜାର ବେଗ ଧାନ ପଡ଼ିରହିଛି। ଲାଞ୍ଜି ମଣ୍ଡି ରେ ୧୯୯ ଜଣ ଚାଷୀଙ୍କ ୨୩୩୧୫ ବେଗ ଧାନ ପଡ଼ି ରହିଅଛି। ସାନମହେଶ୍ୱର ମଣ୍ଡି ରେ ୨୪୦ ଜଣ ଚାଷୀଙ୍କ ୩୦୦୫୦ ବସ୍ତା ଧାନ ପଡ଼ି ରହିଅଛି । ବରଗାଁ ମଣ୍ଡି ରେ ଏବଂ ଖୁଦପେଜ ମଣ୍ଡିରେ ବିଶେଷ ରୂପେ ଚାଷୀଙ୍କ ରବି ଧାନ ସଂଗ୍ରହ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଚାଷୀ ସମୂହ ଆନ୍ଦୋଲନ କୁ ଓହ୍ଲାଇଛନ୍ତି। ବ୍ଲକ ଛକ ଠାରେ ୩୫୩ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିବା ବେଳେ ଅରେଡା ଠାରେ ଚାଷୀ ସମୂହ ୫୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ଯାନବାହାନ ଚଲା ଚଳ ବନ୍ଦ ରହିଅଛି। ପ୍ରଶାସନିକ ଅଧିକାରୀ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂହ ଗଡଵ, ଖଡ଼ିଆଳ ଏସ ଡି ପି ଓ ଯୋଗଦେଇଥିଲେ।
Previous Post Next Post

نموذج الاتصال