ତାମିଲନାଡୁର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନିରେ ଚଳିତ ମାସ ୨୧ ତାରିଖ ଦିନ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ପାଲଲହଡ଼ା: ତାମିଲନାଡୁର ତିରୁଭଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନିରେ ଚଳିତ ମାସ ୨୧ ତାରିଖ ଦିନ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଆଲୋରି ପଞ୍ଚାୟତ ଅନ୍ଧାରୀ ସାହିର ବୁଧୁବାରୀ ନାୟକ (୨୫)। ଏହାଫଳରେ ମୃତ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।
ପରିବାରକୁ ମୃତଦେହ ହସ୍ତାନ୍ତର
ଦାଦନ ଖଟିବାକୁ ଯାଇଥିବା ଆଦିବାସୀ ବିଧବା ମହିଳା ବୁଧୁବାରି ନାୟକ (୨୫) ତାମିଲନାଡୁ ଗ୍ୟାସ ଲିକ ଘଟଣାରେ ମୃତ୍ୟୁବରଣ କରିଛନ୍ତି ।ଗତକାଲି ତାଙ୍କର ମର ଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରେ ଓ ପରେ ପାଲଲହଡ଼ାରେ ସହକାରୀ ଶ୍ରମ ଅଧିକାରୀ ମାଇକେଲ ଜୁଯୋ ଏବଂ ଖମାର ପୁଲିସ ରାତି ୧ ଟା ବେଳେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲେ।
Fire In Bus: ଚଳନ୍ତା ବସ୍ରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ
ତାଙ୍କ ମୃତ ଶରୀର ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । ଏହି ଗରିବ ଅଧିବାସୀ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ମୃତ ଶ୍ରମିକଙ୍କ ତାଲିକା;
୧- ଶିବାନୀ,ଟାଙ୍ଗିରୀ, ତେଲକୋଇ
୨- ଗୀତା, ଟାଙ୍ଗିରୀ, ତେଲକୋଇ
୩- ଗୁମଣୀ, ରଙ୍ଗମାଟିଆ, ତେଲକୋଇ
୪- ଜମୀନୀ,ରଙ୍ଗମାଟିଆ, ତେଲକୋଇ
୫- ଫୁଲମଣି,କୋଡିପଶା, ବାଂଶପାଳ
୬- ସଜନୀ,କୋଡିପଶା, ବାଂଶପାଳ
୭- ଚମ୍ପାବତୀ,ତଳଚମ୍ପେଇ, ବାଂଶପାଳ
୮- ସୁବାସୀ,କନ୍ତଳା, ହରିଚନ୍ଦନପୁର
୯- ରୀତା,ଟାଙ୍ଗିରୀ, ତେଲକୋଇ
୧୦-ଦୀପାଞ୍ଜଳୀ,ତଳରାଇଡିହା,ଗୋନାସିକା,ବାଂଶପାଳ
୧୧- ସୁମିତ୍ରା ଜୁଆଙ୍ଗ,ପିଟାନାଳୀ, ତେଲକୋଇ
୧୨- କବିତା ଜୁଆଙ୍ଗ, ତେଲକୋଇ
୧୩-ବୁଧୁବାରି ନାୟକ, ପାଲଲହଡ଼ା
