Header ADS

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଉପଖଣ୍ଡ ସ୍ତରୀୟ ବସଷ୍ଟାଣ୍ଡ ଉଦ୍ଘାଟିତ, କଲାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ଖଡ଼ିଆଳ ବିଧାୟକ ଯୋଗଦେଇ ଉଦ୍ଘାଟନ କଲେ ।


ନୂଆପଡା ତା:୧୫.୧୧.  ନୂଆପଡ଼ା ଜିଲ୍ଲା ରେ ଆଜି ଦୁଇ ଗୋଟି ବସଷ୍ଟାଣ୍ଡ ଉଦଘାଟନ ହୋଇଯାଇଛି।ଖଡ଼ିଆଳ ଠାରେ ଉପଖଣ୍ଡ ସ୍ତରୀୟ ବସଷ୍ଟାଣ୍ଡ ଉଦ୍ଘାଟିତ ହୋଇଥିବା ବେଳେ କୋମନା ଠାରେ ମଧ୍ୟ ଏକ ବସଷ୍ଟାଣ୍ଡ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇଥିବା ବେଳେ ଅଞ୍ଚଳେ ବିକାଶ ଏବଂ ବିକଶିତ ଭାରତର ପରିକଳ୍ପାନା ସମ୍ଭବ ବୋଲି ପ୍ରକାଶ କରିଥିଲେ।ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଅଧ୍ୟକ୍ଷତା କରିଥିବା ବେଳେ  ସମ୍ମାନିତ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ଏନ ଏ ସି  ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇଥିବା ବେଳେ ଖଡ଼ିଆଳ ବସ ମାଲିକ ସଙ୍ଘ ସମ୍ପାଦକ ଅକ୍ଷୟ ନନ୍ଦ ମଞ୍ଚାସିନ ହୋଇଥିଲେ। ଖଡ଼ିଆଳ ବସଷ୍ଟାଣ୍ଡ ଯାତ୍ରୀଙ୍କ ପାଇଁ ସୁବିଧା ଏବଂ ସୁଯୋଗ ସୃଷ୍ଟି କରିବା ସହ ଉନ୍ନତ ମାନର ସେବା ପ୍ରଦାନ ପାଇଁ ଆହ୍ୱାନ କରିଥିଲେ। ସେହିପରି କୋମନା ବସଷ୍ଟାଣ୍ଡ କୁ ମଧ୍ୟ  କଲାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଯୋଗ ଦେଇଥିଲେ।

Previous Post Next Post

نموذج الاتصال