Header ADS

ପୂର୍ତ୍ତ ବିଭାଗର ଉନ୍ଦେର ନଦୀ ବ୍ରିଜ୍ ପାଲଟିଛି ମରଣଯନ୍ତା


ବଙ୍ଗୋମୁଣ୍ଡା, ତା ୨୦/୧୧/୨୦୨୬ (କିରଣ ବାର୍ତ୍ତା ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଓ ଚାନ୍ଦୋତରା ପଞ୍ଚାୟତକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଉନ୍ଦେର ନଦୀ ବ୍ରିଜ୍ ଏବେ ମରଣଯନ୍ତା ପାଲଟିଛି। ବ୍ରିଜ୍ ଉପରୁ କଂକ୍ରିଟ୍ ଫାଟି ଆଣ୍ଠୁଏ ଲେଖାଏଁ ଗାତ ସୃଷ୍ଟି ହୋଇଥିବା ବେଳେ ନିର୍ମାଣରେ ଲାଗିଥିବା ଲୁହା ରଡ୍‌ଗୁଡ଼ିକ ବାହାରକୁ ବାହାରି ବିପଜ୍ଜନକ ଭାବେ ଟେକି ହୋଇ ରହିଛି। ଫଳରେ କେତେବେଳେ ଯେ କିଭଳି ବଡ଼ ଧରଣର ଦୁର୍ଘଟଣା ଘଟିବ, ତାହା କହିହେବ ନାହିଁ।ରାତି ପାହିଲେ ଏହି ସେତୁ ଦେଇ ପ୍ରତିଦିନ ହଜାର ହଜାର ଯାତ୍ରୀବାହୀ ବସ୍, ଭାରିଯାନ, ବାଇକ୍ ଓ ସାଇକେଲ ଆରୋହୀ ଅହରହ ଯାତାୟାତ କରୁଛନ୍ତି। ଟିଟିଲାଗଡ଼, କଣ୍ଟାବାଞ୍ଜି, ଭବାନୀପାଟଣା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ବରଗଡ଼, ସମ୍ବଲପୁରଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବା ପାଇଁ ଲୋକେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ନିର୍ଭରଶୀଳ।ତେବେ ଖାଲଖମାରେ ଭର୍ତ୍ତି ଏହି ବ୍ରିଜ୍‌ର ଶୋଚନୀୟ ଅବସ୍ଥା ସମ୍ପର୍କରେ ପୂର୍ତ୍ତ ବିଭାଗ ପାଖରେ କୌଣସି ସୂଚନା ନଥିବା ଭଳି ମନେହେଉଛି। ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ବ୍ଲକ ଦାୟିତ୍ୱରେ ଥିବା କାର୍ଯ୍ୟରତ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଏସ୍‌.ଡି.ଓ ଙ୍କ ସହ କଥା ହେବାକୁ କହି ନିଜ ଦାୟିତ୍ୱ ସାରି ଦେଇଥିଲେ। ତୁରନ୍ତ ଏହି ବ୍ରିଜ୍‌ର ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Previous Post Next Post

نموذج الاتصال