ଫୁଲବାଣୀ:,୧୮/୦୬ :ଗୁରୁବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାଶ ଚନ୍ଦ୍ର ସ୍ୱାଇଁ ଏକ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ସଦର ଥାନା ଅନ୍ତର୍ଗତ ଦିଲିପ ଓରଫ ଉପେନ୍ଦ୍ର କହଁର ପିତା ଭଗବାନ କହଁର ଙ୍କୁ ଧାରା ୬୪(୨) ଏମ ବିଏନ ଏସ ଆର୍ ଡବଲୁ୬(୧) ପୋକ୍ସ ଧାରା ରେ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଂକା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଅଧିକ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ, ଗତ ଡ଼ିସେମ୍ବର ୨୪ରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଜଣେ ନାବାଳିକା ଝିଅ ଏକାକୀ କଲେଜ ରୁ ଫେରିବା ବେଳେ ଅଭି ଯୁକ୍ତ ଉପେନ୍ଦ୍ର ଏକ ପରିତ୍ୟକ୍ତ କେନ୍ଦୁପତ୍ର ଗୋଦାମ କୁ ନେଇ ଦୁଷ୍କର୍ମ କରିଥିଲା l ଏ କଥା ଘରେ ଜଣାଇଲେ ଜୀବନ ରୁ ମାରିଦେବା କୁ ଧମକ ଦେଇଥିଲା l ନାବାଳିକା ଗର୍ଭବତୀ ହେବାରୁ ଲୋକ ଲଜ୍ଜ୍ୟା ରେ କାହାରିକୁ କହି ନଥିଲା l ଘର ଲୋକ ଜାଣିଲା ପରେ ସଦର ଥାନା ରେ ଏତେଲା ଦେଇଥିଲା ନା ବାଳିକା l ଏହି ମାମଲାରେ ୨୩ଜଣ ସାକ୍ଷୀ ଓ ପ୍ରମାଣ କୁ ଭିତ୍ତି କରି ବିଚାରପତି ଶ୍ରୀ ସ୍ବାଇଁ ଉପରୋକ୍ତ ରାୟ ଶୁଣାଇଛନ୍ତି l ପୀଡ଼ିତା କୁ ୫ଲକ୍ଷ ଟଂକା କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଡି ଏଲ ଏସ ଏ କୁ ଅଦାଲତ ନିର୍ଦେଶ ଦେଇଛନ୍ତି l ସରକାରଂକ ପକ୍ଷରୁ ସ୍ୱତନ୍ତ୍ର ପି ପି ରାଜ କୁମାର ବେହେରା ମାମଲା ପରିଚାଳନା କରୁଥିଲେ l
Tags
Latest

