Header ADS

England Lose: ଧିମା ଓଭରହାର ପାଇଁ ୧୨ ଡବ୍ଲୁଟିସି ପଏଣ୍ଟ ହରାଇଲା ଇଂଲଣ୍ଡ


ଲଣ୍ଡନ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଧିମା ଓଭରହାର ପାଇଁ ଦଣ୍ଡିତ ହୋଇଛି ଇଂଲଣ୍ଡ। ଦଳର ଖେଳାଳିଙ୍କ ୫୦ ପ୍ରତିଶତ ମ୍ୟାଚ୍‌ ପାଉଣା କଟାଯାଇଛି। ଏହା ସହିତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି)ରୁ ୧୨ ପଏଣ୍ଟ ହରାଇଛି ଇଂଲଣ୍ଡ।

ଇଂଲଣ୍ଡର ଡବ୍ଲୁଟିସି ପଏଣ୍ଟ ୩୮କୁ ହ୍ରାସ ପାଇଛି 

ଏ ନେଇ ଆଇସିସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଇଂଲଣ୍ଡର ବୋଲିଂ ହାର ଧିମା ରହିଥିଲା ଓ ଧାର୍ଯ୍ୟ ସମୟ ସୁଦ୍ଧା ୧୨ ଓଭର ପଛୁଆ ରହିଥିଲା। ଏଣୁ ଆଇସିସି ଆଚରଣବିଧିର ଧାରା ୨.୨୨ ଅନୁଯାୟୀ ଖେଳାଳିମାନଙ୍କ ୫୦ ପ୍ରତିଶତ ମ୍ୟାଚ୍‌ପାଉଣା ଏବଂ ଦଳର ୧୨ ଡବ୍ଲୁଟିସି ପଏଣ୍ଟ କଟାଯାଇଛି।ଏହି ହ୍ରାସ ପରେ ଇଂଲଣ୍ଡର ଡବ୍ଲୁଟିସି ପଏଣ୍ଟ ୩୮କୁ ହ୍ରାସ ପାଇଛି ଓ ଏହାର ପଏଣ୍ଟ ପ୍ରତିଶତ ୩୪.୭୨ରୁ ୨୬.୩୮କୁ କମିଆସିଛି। ଏହା ଫଳରେ ଦଳର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ରାସ୍ତା କଷ୍ଟକର ହୋଇଯାଇଛି। ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୨୫୩ ରନ୍‌ରେ ଇଂଲଣ୍ଡକୁ ପରାସ୍ତକରିଥିଲା।

Previous Post Next Post

نموذج الاتصال