Tamil Nadu CM Vijay: ଜନ୍ମଦିନର ଶୁଭେଚ୍ଛା ଜଣାଇ ବିଜୟଙ୍କ କାମକୁ ପ୍ରଶଂସା କଲେ ମୋଦୀ- ରାହୁଲ

 


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ସୋମବାର ସକାଳେ (ଜୁନ ୨୨) ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ, ସୁସ୍ଥ ଏବଂ ସୁଖୀ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ  ଲେଖିଛନ୍ତି, "ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିରୁ ସି. ଜୋସେଫ ବିଜୟ ଜିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି।" ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ୱିଟ୍ ଭାଇରାଲ ହୋଇଯିବା ସହିତ ଅପରାହ୍ନ ସୁଦ୍ଧା ଏହାକୁ ୨୩ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ଜଣାପଡ଼ିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ମୁଖ୍ୟ ଥାଲାପତି ବିଜୟ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏକ ସ୍ୱତନ୍ତ୍ର ଉପାୟରେ ବିଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ପୋଷ୍ଟ ସେୟାର କରି ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ବିଜୟଙ୍କ ଉତ୍ତମ ସ୍ବାସ୍ଥ୍ୟ ସହିତ ତାଙ୍କର ସମସ୍ତ ପ୍ରୟାସର ସଫଳତା କାମନା କରୁଛି।   ତାମିଲ ଲୋକଙ୍କ ଅଧିକାର, ମର୍ଯ୍ୟାଦା ଏବଂ ଆକାଂକ୍ଷାକୁ ସୁରକ୍ଷା ଦେବା ସହିତ ରାଜ୍ୟର ପ୍ରଗତି ପାଇଁ ହେଉଥିବା କାମରେ ମୁଁ ଆପଣଙ୍କ ସହିତ ଠିଆ ହୋଇଛି। ରାହୁଲ ଗାନ୍ଧୀ ଏବଂ ଥାଲାପତି ବିଜୟଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ । କଂଗ୍ରେସ ଡିଏମକେ ସହିତ ମେଣ୍ଟ କରି ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିଥିଲା କିନ୍ତୁ ଫଳାଫଳ ପରେ ବିଜୟଙ୍କ ଟିଭିକେ ୧୦୮ ଆସନ ସହିତ ଏକକ ବୃହତ ଦଳ ଭାବରେ ଉଭା ହେବା ପରେ, କଂଗ୍ରେସ ପ୍ରଥମେ ପାଞ୍ଚ ଜଣ ବିଧାୟକଙ୍କ ସହିତ ତାଙ୍କ ପ୍ରତି ସମର୍ଥନ ଘୋଷଣା କରିଥିଲା।

Post a Comment

© Kiran Barta. All rights reserved. Distributed by ASThemesWorld