Wardmember: ଛୁରା ମାଡ଼ରେ ୱାର୍ଡସଭ୍ୟଙ୍କ ମୃତ୍ୟୁ


 ଭଣ୍ଡାରିପୋଖରୀ: ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ ଥାନା ସରସଦା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତିଙ୍କ ଛୁରା ମାଡ଼ରେ ୱାର୍ଡ ସଭ୍ୟଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ସରସଦା ପଞ୍ଚାୟତ ଉତ୍ତରାଗଡିଆର କଟରାଗଡିଆ ଗ୍ରାମର ୱାର୍ଡ ସଭ୍ୟ ଜଗନ ସାହୁ ଗତକାଲି ରାତି ପ୍ରାୟ ୯ଟା ସମୟରେ ନିକଟ କେନାଲ ବନ୍ଧ ନିକଟରେ ଥିବାବେଳେ କେହି ଦୁର୍ବୁତ୍ତ ତାଙ୍କୁ ଛୁରା ମାଡ଼ କରିଥିଲେ। ଜଗନଙ୍କ ସହିତ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟରେ ଏଥିରେ ଗୁରୁତର ହୋଇଥିବା ଜଣାଯାଇଛି। ଉଭୟଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଜଗନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ବ୍ୟକ୍ତି ଜଣଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପୂର୍ବ ଶତ୍ରୁତା ଥିବା କୁହାଯାଉଛି। ଖବର ଲେଖାହେବା ଯାଏଁ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

إرسال تعليق

© Kiran Barta. All rights reserved. Distributed by ASThemesWorld