ଧର୍ମଗଡ଼ ତା ୧୪/୮/୨୬ ମମତା ସ୍ଵେଛାସେବି ଅନୁଷ୍ଠାନ ଦ୍ୱାରା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧିନସ୍ତ ପର୍ଲା ଗ୍ରାମ ପଞ୍ଚାୟତର ସଭାଗୃହ ଠାରେ ହାଇ ରିସ୍କ ପ୍ରେଗ୍ନନ୍ସିଜ ଉପରେ ପ୍ରଶିକ୍ଷଣ କାର୍ଯକ୍ରମ ଆୟୋଜିତ କରାଯାଇଛି। ବିଶେଷକରି ଗ୍ରାମାଞ୍ଚଳରେ କିଭଳି ଗର୍ଭବତୀ ମା ମାନେ ତାଙ୍କର ହାଇ ରିସ୍କ୍ ପ୍ରେଗ୍ନନ୍ସିସ ବିଷୟରେ ଜାଣିପାରିବେ ସେ ବିଷୟରେ ଏଏନଏମ ଏବଂ ସିଏଚଓ ମାନଙ୍କୁ ଏକ ଦିବସୀୟ ପ୍ରଶିକ୍ଷଣ ଦିଆଯାଇଥିଲା । ହାଇ ରୀସ୍କ ପ୍ରେହ୍ନନ୍ସିଜ କଣ ପାଇଁ ହୁଏ, ଏହାର କାରଣ କଣ, କେମିତି ଏହାକୁ ଆମେ ଚିହ୍ନଟ କରିପାରିବା, ଚିହ୍ନଟ ପରେ କିପରି ଡକ୍ଟରଙ୍କ ସହାୟତା ନେବା ସେ ବିଷୟରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥିଲା। ଏହି ଶିକ୍ଷାକୁ ସେ ଯେମିତି ସମସ୍ତ ଗର୍ଭବତୀ ମା ମାନଙ୍କୁ ଜଣାଇବେ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିପିଏମ ଦୀପକ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପିଏଚଇଓ ଚିଦାନନ୍ଦ ପଣ୍ଡା ଯୋଗ ଦେଇଥିଲେ। ଏହି କାର୍ଯକ୍ରମରେ ମିଷ୍ଟର ଦେବଦତ୍ତ ପଣ୍ଡା ସମସ୍ତ ହିତାଧକାରୀଙ୍କୁ ପ୍ରଶିକ୍ଷିତ କରିଥିଲେ। କାର୍ଯକ୍ରମକୁ ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାଶ ସମେତ ମମତାର ସମସ୍ତ କର୍ମକର୍ତ୍ତା ମିଶିକି ପରିଚାଳନା କରିଥିଲେ

