Header ADS

ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷ ରୁ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳିତ ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା ପ୍ରୋପେଟ ମହମ୍ମଦଙ୍କ ବାଣୀ ସ୍ଲୋଗାନ


ତା:୨୬.୦୮. ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷ ରୁ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି।  ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିବା ବେଳେ ପ୍ରୋପେଟ ମହମ୍ମଦଙ୍କ ବାଣୀ ସ୍ଲୋଗାନ ରୂପେ ପ୍ରସାର କରିଥିଲେ। ଶୋଭାଯାତ୍ରା ଖଡିଆଳ ମହଜିଦ ଠାରୁ ବାହାରି ଖଡ଼ିଆଳ ସହର ପରିକ୍ରମା କରିଥିବା ବେଳେ ମହଜୁଦ୍ ଠାରେ ସମାପନ ହୋଇଥିଲେ। ଅଞ୍ଚଳ ର ସମସ୍ତ ମୁସଲମାନ ମାନେ ନିଜ ଧାର୍ମିକ ପତାକା  ସହ ଭାରତର ଜାତୀୟ ପତାକାକୁ ଶୋଭାଯାତ୍ରା ରେ ସାମିଲ କରିଥିଲେ। ଏହି ଶୋଭାଯାତ୍ରା ରେ ମୁସଲମାନ ସମ୍ପ୍ରଦାୟ ସଭାପତି ସହିଦ ଖାନ୍, ଉପ-ସଭାପତି  ରେହେମାନ ଖାନ୍ ଏବଂ ବରିଷ୍ଠ ସଦସ୍ୟ ୟାସିନ ମହମ୍ମଦ୍ ନେତୃତ୍ବ ରେ ସମଗ୍ର ସମାଜ ରେ ସମସ୍ତ ବର୍ଗ ନାଗରିକ ସାମିଲ ହୋଇ ହର୍ଷ ଉଲ୍ଲାସ ରେ  ମହମ୍ମଦ ଜନ୍ମ ଜୟନ୍ତୀ ପାଳିତ୍ ହୋଇଅଛି।

Previous Post Next Post

نموذج الاتصال