ସିନ୍ଧେକେଲା (କିରଣ ବାର୍ତ୍ତା):ସିନ୍ଧେକେଲା ନାଗରିକ ମଞ୍ଚ ପକ୍ଷରୁ ଆଜି ସମ୍ପୂର୍ଣ୍ଣ ସିନ୍ଧେକେଲା ବନ୍ଦ ପାଳନ କରାଯାଉଛି। ସିନ୍ଧେକେଲାର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀଙ୍କ ମନ୍ଦିରରୁ ଚୋରି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର ଚୋରି ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବା ଦାବିରେ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁଁ ସିନ୍ଧେକେଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ବନ୍ଦ ପାଳନରେ ଏକାଧିକ ସଂଗଠନ ସହ ଶତାଧିକ କର୍ମକର୍ତ୍ତା ଓ ଅଞ୍ଚଳବାସୀ ସାମିଲ ହୋଇଛନ୍ତି। ମନ୍ଦିର ଚୋରି ଘଟଣାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ଜୋର ଧରିଛି। ମନ୍ଦିର ରୁ ଶତାଧିକ ଲୋକ ସହର ପରିକ୍ରମା କରି ଥାନା ପହଞ୍ଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ଦେଇଥିଲା। ୭୨ ଘଣ୍ଟା ମଧ୍ୟରେ ଦାବି ପୁଅର ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସି କହିଛନ୍ତି।
Tags
Latest

