Header ADS

ଓ,ଜେ,ସି ବଲାଙ୍ଗୀର ଜିଲ୍ଲା ସଭାପତି ମନୋନିତ।

 

ଭୁବନେଶ୍ୱର (କିରଣ ବାର୍ତ୍ତା ):ଓଡ଼ିଶାରେ ନୂତନ ଭାବରେ ତିଆରି ହୋଇଥିବା ଓଡିଶା ଜନତା କଂଗ୍ରେସ ଦଳର ଜିଲ୍ଲା ସଭାପତି ମାନଙ୍କୁ ମନୋନିତ କରାଯାଇଛି। ତେବେ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ସଭାପତି ଭାବରେ ମନୋନୀତ ହୋଇଛନ୍ତି,କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜଣେ ଦକ୍ଷ ଚେହେଁରା଼ ରୁପେଶ କୁମାର ବେହେରା। ନୂତନ ଭାବରେ ଦଳ ତିଆରି ହେବା ଦିନଠୁଁ ଅକ୍ଲାନ୍ତ ପରିଶ୍ରମ କରି ଜିଲ୍ଲାରେ ସଂଗଠକ ମାନଙ୍କୁ ମଜବୁତ କରି ନିଷ୍ଠାର ସହ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଆଜି ରୁପେଶ ବେହେରାକୁ ଓଡିଶା ଜନତା କଂଗ୍ରେସ ଦଳର ମୂଖ୍ୟ ମହମ୍ମଦ ମୋକିମ୍ ତାଙ୍କୁ ଜିଲ୍ଲା ସଭାପତି ଭାବରେ ମନୋନୀତ କରିଛନ୍ତି। ତେବେ ଶ୍ରୀଯୁକ୍ତ ବେହେରା ମନୋନୀତ ହେବା ପରେ ଦଳର ମୂଖ୍ୟଙ୍କୁ ଧନ୍ୟବାଦ ଜଣାଇ ଆହୁରି ଦଳରେ ନିଷ୍ଠାର ସହ କାର୍ଯ୍ୟ ତୁଲାଇ ଆସିବା ନେଇ କହିଛନ୍ତି। ତେବେ ରୁପେଶ କୁମାର ବେହେରା ସଭାପତି ମନୋନୀତ ହେବା ପରେ ତାଙ୍କୁ ଚାରିଆଡେ ଶୁଭେଚ୍ଛା ଜଣାଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

Previous Post Next Post

نموذج الاتصال