Header ADS

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ଉତ୍ସାହ ଓ ଉଦ୍ଦୀପନ୍ନା ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ


ନୂଆପଡ଼ା ତା:୧୩.୦୮ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ଉତ୍ସାହ ଓ ଉଦ୍ଦୀପନ୍ନା ସହ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ମାତାର ସମ୍ମାନ, ଜାତୀୟ ପତାକାର ସ୍ୱାଭିମାନ ଏବଂ ଦେଶପ୍ରେମର ସଜାଗ ପ୍ରହରୀ ରୂପେ  ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ନେଇ ଏକ ବିଶାଲ ରେଲି କଲେଜ ପରିସରରୁ ବାହାରିଥିଲା। ଏହି ଅବସରରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ହାତରେ ବିରାଟ ତ୍ରିରଙ୍ଗା ପତାକା ଧରି  ୩୦୦ ମିଟର ରୁ ଉର୍ଦ୍ଧ ଲମ୍ବା ପଟାକ ଧରି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଏକ ବିଶାଳ ରାଲି କଲେଜ ରୁ ବାହାରି ୩୫୩ ନମ୍ବର ଜାତୀୟ ରାଜପଥ ପରିକ୍ରମା କରି କଲେଜ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।   ଖଡ଼ିଆଳ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ରାଲିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା , ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଶାଳ ତ୍ରିରଙ୍ଗା ସହ ଛାତ୍ରଛାତ୍ରୀମାନେ ଦେଶପ୍ରେମର ନାରା ଦେଇ ସହରବାସୀଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ। ରାଲି ଅବସରରେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଜାତୀୟ ପତାକାର ମହତ୍ତ୍ୱ ଏବଂ ଦେଶର ଏକତା ଓ ଅଖଣ୍ଡତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶ ପ୍ରତି ଭଲପାଇବା

Previous Post Next Post

نموذج الاتصال