Header ADS

ତୁରେକେଲା ବ୍ଲକ ହିଆଲ ପଞ୍ଚ୍ୟାୟାତ୍ ଦାବ୍ରୀ ଗାଁରେ ଜୟ ମାଁ ଦୁଆରଶନୀ ଯୁଥ୍ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


କଣ୍ଟାବାଞ୍ଜି (ରାଜୁ ଛତ୍ରିଆ ):ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ : 'ମେରା ଯୁବା ଭାରତ' ବଲାଙ୍ଗୀର ( ଓଡ଼ିଶା ) ଦ୍ୱାରା  ଅନୁବନ୍ଧିତ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର , ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ‘ଜୟ ମାଁ ଦୁଆରଶନି ଯୁଥ୍ କ୍ଲବ’ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାଁର ବିଭିନ୍ନ ପ୍ରମୁଖ ସ୍ଥାନ ଯେପରିକି ଗୋଚର ଜମି, ଅଙ୍ଗନବାଡ଼ି କେନ୍ଦ୍ର ପରିସର, ଦୁଆରଶାନୀ ଗୁଡ଼ି (ମନ୍ଦିର) ଏବଂ ଦୁଆରଶାନୀ କ୍ଲବ ଗୃହ ପାର୍ଶ୍ୱରେ ପ୍ରାୟ ୧୦୦ଟି ମୂଲ୍ୟବାନ ଗଛ ରୋପଣ କରାଯାଇଛି। ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଏହି ସମୟରେ ଦୁଆରଶନୀ ଯୁଥ୍ କ୍ଲବର ସଭାପତି ଶ୍ରୀ ରାଜୁ ଛତ୍ରିଆ, ଲାଇବ୍ରେରିଆନ ଦୁଃଖନାଶନ ମଲ୍ଲିକ, କ୍ଲବ ଗୃହ ଦାୟିତ୍ୱରେ ଥିବା ଶ୍ରୀ ବିଶ୍ୱନାଥ ନାଗ (ବିଦୁର), ସକ୍ରିୟ ସଦସ୍ୟ ଶ୍ରୀ ଜିତୁ ସୁନା ଏବଂ କ୍ୟାସିୟର ଶ୍ରୀ ରୋହିତ ନାଗଙ୍କ ସମେତ ଗ୍ରାମର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଏହାର ରକ୍ଷଣାବେକ୍ଷଣ ପାଇଁ ସଂକଳ୍ପ ନେଇଥିଲେ।

କ୍ଲବ ତରଫରୁ ଏକ ଭଲ ବାର୍ତ୍ତା:

"ଗଛ ହେଉଛି ଆମ ଜୀବନର ଆଧାର। ବର୍ତ୍ତମାନ ସମୟରେ ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଅଦିନିଆ ପାଣିପାଗ ପରିବର୍ତ୍ତନରୁ ରକ୍ଷା ପାଇବାକୁ ହେଲେ ବୃକ୍ଷରୋପଣ ହିଁ ଏକମାତ୍ର ଶ୍ରେଷ୍ଠ ଉପାୟ। କେବଳ ଗଛ ଲଗାଇବା ଯଥେଷ୍ଟ ନୁହେଁ, ବରଂ ତାକୁ ଏକ ସନ୍ତାନ ପରି ଯତ୍ନ ନେଇ ବଡ଼ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ସମସ୍ତେ ମିଶି ନିଜ ଜୀବନରେ ଅତିକମରେ ଗୋଟିଏ ଗଛ ଲଗାଇବା ଏବଂ ପୃଥିବୀକୁ ସବୁଜ ସୁନ୍ଦର କରି ଗଢ଼ିତୋଳିବା।"

Previous Post Next Post

نموذج الاتصال