Header ADS

ତୁରେକେଲା ବ୍ଲକରେ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟିଲା କଣ୍ଟାବାଞ୍ଜି ନାଗରିକ କମିଟି


ତୁରେକେଲା/କଣ୍ଟାବାଞ୍ଜି, ତା 24.08.26: କଣ୍ଟାବାଞ୍ଜି ଅଞ୍ଚଳର ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ଓ ସର୍ବାଙ୍ଗୀନ ବିକାଶ ଦାବିରେ ଆଜି ତୁରେକେଲା ବ୍ଲକ୍ ମୁଖ୍ୟାଳୟଠାରେ ଆୟୋଜିତ ମିଳିତ ଜନଶୁଣାଣି ଶିବିରରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବଲାଙ୍ଗୀର ମାନ୍ୟବର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।କମିଟିର ସଭାପତି ଶ୍ରୀ ବିଶାଳ ତାଣ୍ଡି ଏବଂ ଉପ-ସଭାପତି ଶ୍ରୀ ରାଜୁ ଛତ୍ରିଆଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦାମାନେ ଜନଶୁଣାଣିରେ ସିଧାସଳଖ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।ନାଗରିକ କମିଟି ପକ୍ଷରୁ ମୁଖ୍ୟତଃ ତିନୋଟି ପ୍ରମୁଖ ଦାବି ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା

ଅଞ୍ଚଳରେ ପ୍ରଚୁର ଶ୍ରମିକ ଓ ସୁଯୋଗ ଥିବାରୁ ଏକ କପଡ଼ା ଶିଳ୍ପ କେନ୍ଦ୍ର ଗଢ଼ାଯାଉ। ଏହାଦ୍ୱାରା ସ୍ଥାନୀୟ ଲୋକେ ରୋଜଗାର ପାଇବେ ଏବଂ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ହେବ।


ମିନି ଷ୍ଟାଡିୟମ୍ ନିର୍ମାଣ

ସ୍ଥାନୀୟ ଯୁବକ ଓ କ୍ରୀଡ଼ାବିତମାନଙ୍କ ପ୍ରତିଭାର ବିକାଶ ପାଇଁ କଣ୍ଟାବାଞ୍ଜିରେ ଏକ ଆଧୁନିକ ମିନି ଷ୍ଟାଡିୟମ୍ ନିର୍ମାଣ କରାଯାଉ।


CHCକୁ SDH ମାନ୍ୟତା

କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବାରୁ ଏହାକୁ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟ (SDH)ର ମାନ୍ୟତା ଦେଇ ଚିକିତ୍ସା ସେବାର ଉନ୍ନତି କରାଯାଉ।କଣ୍ଟାବାଞ୍ଜିର ବିକାଶ ଚାହାନ୍ତି ଜିଲ୍ଲାପାଳ, ସରକାରଙ୍କୁ ଜଣାଇବେ ବୋଲି ଦେଲେ ପ୍ରତିଶ୍ରୁତିଜ ନଶୁଣାଣି ସମୟରେ ଦାବିପତ୍ର ଗ୍ରହଣ କରି ମାନ୍ୟବର ଜିଲ୍ଲାପାଳ କମିଟିର ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, “ମୁଁ ନିଜେ ମଧ୍ୟ ଚାହୁଁଛି କଣ୍ଟାବାଞ୍ଜି ଅଞ୍ଚଳର ସମ୍ପୂର୍ଣ୍ଣ ବିକାଶ ହେଉ।”ଏହା ସହିତ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)କୁ ଉପଖଣ୍ଡ ଚିକିତ୍ସାଳୟ (SDH)ର ମାନ୍ୟତା ପ୍ରଦାନ କରିବା ସମ୍ପର୍କରେ ସେ ତୁରନ୍ତ ଉପରିସ୍ଥ ସରକାରଙ୍କୁ ଅବଗତ କରାଇବେ ଏବଂ ଏହି ଦାବିଗୁଡ଼ିକର ସଫଳ ରୂପାୟନ ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଜିଲ୍ଲାପାଳଙ୍କ ଏହି ସକାରାତ୍ମକ ପ୍ରତିଶ୍ରୁତି ପରେ ନାଗରିକ କମିଟି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ୍ ସ୍ତରୀୟ ବହୁ ଉଚ୍ଚପଦସ୍ଥ ଅଧିକାରୀ, କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Previous Post Next Post

نموذج الاتصال