Header ADS

ପ୍ରେସ୍ କ୍ଲବ କଣ୍ଟାବାଞ୍ଜିର ଷଷ୍ଠ ବାର୍ଷିକ ଉତ୍ସବରେ କଣ୍ଟାବାଞ୍ଜି ନାଗରିକ କମିଟି ସମ୍ମାନିତ


କଣ୍ଟାବାଞ୍ଜି: ଆଜି ପ୍ରେସ୍ କ୍ଲବ କଣ୍ଟାବାଞ୍ଜିର ଷଷ୍ଠତମ ବାର୍ଷିକ ଉତ୍ସବ ଅବସରରେ କଣ୍ଟାବାଞ୍ଜି ନାଗରିକ କମିଟିକୁ ସମ୍ମାନିତ କରାଯାଇଛି। ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସଦାସର୍ବଦା ସ୍ୱର ଉତ୍ତୋଳନ କରିବା ସହ ଜନସାଧାରଣଙ୍କ ଅଧିକାର ଓ ସମସ୍ୟାର ସମାଧାନ ପାଇଁ ନାଗରିକ କମିଟି ଯେଉଁଭଳି ଦୃଢ଼ ଭାବେ ଠିଆ ହୋଇ ଆସୁଛି, ତାହାକୁ ସମ୍ମାନ ଜଣାଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

କଣ୍ଟାବାଞ୍ଜି ସହର ତଥା ଆଖପାଖ ଅଞ୍ଚଳର ଜନସମସ୍ୟାକୁ ପ୍ରଶାସନର ନଜରକୁ ଆଣିବା, ସମାଜର ଅବହେଳିତ ଓ ସାଧାରଣ ଲୋକଙ୍କ ସ୍ୱର ହେବା ଏବଂ ଅଞ୍ଚଳର ଉନ୍ନତି ପାଇଁ ନିରନ୍ତର ସଂଘର୍ଷ କରିଆସୁଛି କଣ୍ଟାବାଞ୍ଜି ନାଗରିକ କମିଟି। ଏହି ନିଷ୍ଠାପର ସେବା ଓ ସଂଘର୍ଷକୁ ସ୍ୱୀକୃତି ଦେଇ ପ୍ରେସ୍ କ୍ଲବ କଣ୍ଟାବାଞ୍ଜି ପକ୍ଷରୁ କମିଟିକୁ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା।

ନାଗରିକ କମିଟିର ସଂଘର୍ଷ, ଏକତା ଓ ନିରନ୍ତର ମେହନତର ଫଳ ଆଜିର ଏହି ସମ୍ମାନ ପ୍ରମାଣିତ କରିଛି। ଏହି ସମ୍ମାନ କମିଟିର ସଦସ୍ୟମାନଙ୍କୁ ଆଗାମୀ ଦିନରେ ଆହୁରି ଅଧିକ ଉତ୍ସାହ ଓ ଦାୟିତ୍ୱବୋଧ ସହ ଅଞ୍ଚଳବାସୀଙ୍କ ସେବା କରିବାକୁ ପ୍ରେରଣା ଦେବ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ପ୍ରେସ୍ କ୍ଲବର କର୍ମକର୍ତ୍ତା, ସାମ୍ବାଦିକ, ସମାଜସେବୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମ୍ମାନ

Previous Post Next Post

نموذج الاتصال