ନୂଆପଡ଼ା ତା:୧୭.୦୮, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଶ୍ରାବଣ ମାସ ପଞ୍ଚମୀ ତିଥିରେ ନାଗ ପଞ୍ଚମୀପର୍ବ ପାଳିତ ହୋଇଯାଇଅଛି। ଏହି ପର୍ବ ପାଲନ ପଛରେ ନାଗ ଦେବ ବାସୁକି ଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରୟାଗରାଜ ଠାରେ ବାସୁକି ନାଗ ମନ୍ଦିର ରେ ନାଗ ଦେବ ଙ୍କ ପୂଜା ଅନୁଷ୍ଠିତ ହୋଇଅଛି। ସେହିପରି ଖଡ଼ିଆଳ ଘରେ ନାଗ ପଞ୍ଚମୀ ତିଥିରେ ନାଗ ଦେବ ଙ୍କୁ ପୂଜା କରି କିଶୋର କିଶୋରୀ ମଧ୍ୟରେ ସ୍ୱତନ୍ତ୍ର ପରମ୍ପରା ଅନୁଷ୍ଠିତ ହୋଇଅଛି। କିଶୋରୀ ମାନେ କପଡ଼ା ରେ ଖେଳନା ପୂତଳି ନିର୍ମାଣ କରି ନେଇଥିବା ବେଳେ କିଶୋର ମାନେ ପଳାଶ ବାଡ଼ିରେ ସେହି କପଡ଼ା ନିର୍ମିତ ପୂତଳି କୁ ମଦ କରିଥାନ୍ତି। ବୋରିକେଲ ବୁଦା ଠାରେ ନାଗ ଚଣା ଭୋଗ କରି ପୂଜା କରୁଥିବା ବେଳେ କପଡ଼ା ନିର୍ମିତ ପୂତଳି କୁ ପାଣି ରେ ଜଳରେ ବିସର୍ଜନ କରିଥାନ୍ତି।ଆଜି ମଧ୍ୟ ସେହି ପରମ୍ପରା ରେ ପୂଜା ଅର୍ଚ୍ଚନା ହୋଇଅଛି। ପରେ ପରିବାର ପକ୍ଷ ରୁ ଉଭୟ କିଶୋର କିଶୋରୀ ଙ୍କୁ ବିଭିନ୍ନ ଉପହାର ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିବା ଦେଖାଯାଇଥିଲା।
Tags
Latest

