କ୍ଲବ୍ର ସଭାପତି ଶ୍ରୀ ରାଜୁ ଛତ୍ରିଆଙ୍କ ନେତୃତ୍ୱରେ ଆଜି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଦାବ୍ରି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏସଏମସି (SMC) କମିଟି ସଭାପତି ଶ୍ରୀ ହରୀଶ ଚନ୍ଦନ (କୁନ୍ତଭଟ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମକୁ ଉପ ସମ୍ପାଦକ ଶ୍ରୀ ଜିତୁ ସୁନା ପରିଚାଳନା କରିଥିଲେ।
ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ର (କ)ର କର୍ମୀ ଶ୍ରୀମତୀ ସୋଭାଗିନୀ ମିଶ୍ର, ଅଙ୍ଗନୱାଡ଼ି କେନ୍ଦ୍ର (ଖ)ର କର୍ମୀ ଶ୍ରୀମତୀ ବିଶେଶ୍ୱରୀ ଜଗତ, ଗ୍ରାମର ଭଦ୍ରବ୍ୟକ୍ତି, ମହିଳା ଏବଂ ଏସଏଚଜି (SHG) ଗ୍ରୁପର ସଦସ୍ୟାମାନେ ଉପସ୍ଥିତ ଥିଲେ।କ୍ଲବ୍ ପକ୍ଷରୁ ଛୋଟ ଛୋଟ ପିଲାମାନଙ୍କୁ ଚକୋଲେଟ୍ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା।
ଏହି ସମୟରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ସୋଭାଗିନୀ ମିଶ୍ରଙ୍କର ଚାକିରି କାଳ ସରିଥିବାରୁ ଓ ସେ ଅବସର (Retirement) ନେଉଥିବାରୁ, ଦୀର୍ଘ ବର୍ଷ ଧରି ସେ ତାଙ୍କ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଇଥିବାରୁ କ୍ଲବ୍ ପକ୍ଷରୁ ତାଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଯାଇଥିଲା।
ସେ ଗାଁର ନାଁକୁ ଆଗକୁ ବଢ଼ାଇବା ଏବଂ ଗାଁର ହକ ପାଇଁ ସବୁବେଳେ ଲଢ଼େଇ ଜାରି ରଖିବାକୁ କ୍ଲବ୍ର ସଦସ୍ୟମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ।
ଏହାପରେ କ୍ଲବ୍ର ସଦସ୍ୟମାନେ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ୍ ଓ ବିସ୍କୁଟ୍ ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବରିହା, ଶିକ୍ଷକ ଶ୍ରୀ ପ୍ରମୋଦ ଦଳେଇ, ଶିକ୍ଷୟତ୍ରୀ ଶ୍ରୀମତୀ ମଞ୍ଜୁଲତା ଧରୁଆ, ଶ୍ରୀମତୀ କୁମୁଦିନୀ ଜେନା ଏବଂ ବିଦ୍ୟାଳୟର ଏସଏମସି କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

