Header ADS

ଚିନ୍ତାରେ ଚାଷୀ


ସିନ୍ଧେକେଲା :ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ସିନ୍ଧେକେଲା ଅଞ୍ଚଳ ଦେଇ ବହି ଯାଇଥିବା ବିସ୍ତିର୍ଣ୍ଣ ଉନ୍ଦେର ନଦୀର ବନ୍ୟାଜଳ ଧିରେ ଧିରେ କମିବାରେ ଲାଗିଛି। କିନ୍ତୁ ନଦୀ କୁଲିଆ ଚାଷୀଙ୍କ ହୃତସ୍ପନ୍ଦନ ବଢ଼ି ବଢ଼ି ଚାଲିଛି। ମାସ ମାସ ର ପରିଶ୍ରମ କରି ରକ୍ତ ଝାଲବୁହା ଫସଲ ଡାଲି, ପନିପରିବା, ଧାନ , ମକା ଆଦି ଫସଲ ଗୋଟିଏ ବନ୍ୟାରେ କୋଉଠି ଧୋଇ ହୋଇ ଯାଇଛି ତ କୋଉଠି ବାଲି ମାଡ଼ିଯାଇଛି କୋଉଠି ଅନାବନା ଗଛ ଘାସ ମଇଲା ପୋତି ହୋଇଯାଇଛି। ଏକର ଏକର ଉଜୁଡା ଚାଷକୁ ଦେଖି ଚାଷୀ କେବଳ ମୁଣ୍ଡରେ ହାତ ଦେଇ ବସିପଡିଛି। ନଦୀ କୁଲିଆ ଯୋଉ ଗାଁ କୁ ଗଲେ ସେଠାରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। ଲୋକେ ପାଖକୁ ଆସି କଣ କରିବେ କେମିତି ଚଳିବେ ଏପରି ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି। ଚଳିତ ବର୍ଷ ପ୍ରଥମେ ଜୁନ ମାସରେ ବର୍ଷାର ଅଭାବ ରହିଥିଲା। ଜୁଲାଇ ରେ କିଛି ପରିମାଣରେ ବର୍ଷା ହେବାରୁ ସେହି ପାଣିରେ ହିଁ ଧାନ ପଲ୍ହା ପକାଇଥିଲେ କିଛି ଚାଷୀ ଧାନ ରୁଆ ସାରିଥିଲେ ଏବଂ କିଛି ଚାଷୀ ଡାଲି ଜାତୀୟ ଫସଲ, ମକା, ପନିପରିବା ଆଦି ଚାଷ କରିଥିଲେ। ତେବେ ଲଗାଣ ବର୍ଷା ସବୁ ଓଲଟପାଲଟ କରିଦେଇଛି। ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଅଞ୍ଚଳ ଦେଇ ଉନ୍ଦେର ନଦୀ ପ୍ରବାହିତ ହେଉଥିବା ନଦୀ କୁଳିଆ ଗାଁ ଶ୍ରୀରାମ, ପଲସଖଣ୍ଡ , ଘର୍ଲା, ଭୁସଲାଡ, ମମିଆ, ସାଲେବରଟ, ପୁଟୁପଡା,ଜାମଖୁଣ୍ଟା, ତୁରେକେଲା, ବଡ଼ପରା, ଶୁଣ୍ଢୀମୁଣ୍ଡା, ଗନ୍ଧର୍ଲା, ଚାନ୍ଦୋତରା , ସିନ୍ଧେକେଲା, ଭତାସର, ତେଲସରାଇ, କୁର୍ଡିଆମୁଣ୍ଡା, ବାଲବେଙ୍ଗ ଆଦି ଗ୍ରାମର ଶହ ଶହ ଏକର ଜମିରେ ଚାଷ ବଦଳରେ ଦେଖିବାକୁ ମିଳିଛି ବନ୍ୟାର କରାଳ ଚିତ୍ର। ଆଉ ହଠାତ୍ ଆସିଥିବା ବନ୍ୟା ଚାଷୀର ସବୁ ସ୍ବପ୍ନକୁ ପାଣିରେ ଭସାଇ ନେଇଛି। ଏବେ ଚାଷୀ କରିବତ କରିବ କଣ ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ସଠିକ୍ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବା ଏବଂ ବିମା ରାଶି ପ୍ରଦାନ କରିବାପାଇଁ ପ୍ରଭାବିତ ଅଞ୍ଚଳର ସମସ୍ତ ଚାଷୀ ଦାବି କରିଛନ୍ତି। ଏହାକୁ ନେଇ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନାରାଣୀ ମାଝୀ ଙ୍କୁ କ୍ଷୟକ୍ଷତି ର ଆକଳନ ବିଷୟରେ ପଚାରିବାରୁ ଆରଆଇ ମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି ପୁରା ରିପୋର୍ଟ ଆସିନାହିଁ ଏବଂ ଯୋଉ ମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ପଲିଥିନ ଆଦି ଯୋଗାଇ ଦିଆଯାଇଛି ପୁରା ରିପୋର୍ଟ ପାଇବା ପରେ କହିହେବ ବୋଲି କହିଛନ୍ତି।

Previous Post Next Post

نموذج الاتصال