Header ADS

ଟିପିଗୁଡା ପଞ୍ଚାୟତ ପୂର୍ବତନ ସମ୍ପାଦକଙ୍କ ପରଲୋକ


ଧର୍ମଗଡ଼ -୦୨/୦୮  ଧର୍ମଗଡ଼ ବବ୍ଲକ ଟିପିଗୁଡା ପଞ୍ଚାୟତ ପୂର୍ବତନ ସମ୍ପାଦକ ବଳଭଦ୍ର ନାଏକଙ୍କ(୭୯) ପରଲୋକ ହୋଇ ଯାଇଛି l ସେ ଅନେକ ଦିନରୁ ପକ୍ଷାଘାତ ରୋଗରେ ପଡିତ ହୋଇ ଘରେ ଚିକିତ୍ସିତ  ହେଉଥିଲେ l ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ଚାରିପୁଅ, ଓମ ପ୍ରକାଶ ନାଏକ, ହେମ ପ୍ରକଶ ନାଏକ, କୁଞ୍ଜ ନାଏକ, ରଜନୀ ନାଏକ,ପୁତ୍ରବଧୂ,  ନାତୁଣୀ ଓ ନାତି ଚନ୍ଦନ ନାଏକ  ଉପସ୍ଥିତ ଥିଲେ l ଆଜି ତାଙ୍କ ନିଜ ଜନ୍ମ ମାଟି ଗତାଗୁଡା ଗ୍ରାମ ଶ୍ମଶାନରେ ଶେଷକୃତ ସମ୍ପର୍ଣ୍ଣ କରାଯାଇଛି l ତାଙ୍କ ଜ୍ୟେଷ୍ଟ ପୁତ୍ର ଓମ ପ୍ରକାଶ ନାଏକ ମୁଖାଗ୍ନି ଦେଇଥିଲେ l ସେ ଜଣେ ମିଳାପି, ମିଷ୍ଟଭାଷୀ ବ୍ୟକ୍ତି ଥିଲେ lତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସେ ଜଣେ ଦକ୍ଷ କର୍ମଚାରୀ ଥିଲେ ଅନେକ ବର୍ଷଧରି ପଂଚାୟତ ଲୋକଙ୍କ ସେବା କରି ଆସିଥିଲେ l ତାଙ୍କ ସେବା ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ଜନହିତକର କାର୍ଯ୍ୟ ସମ୍ପାଦନ ହୋଇଛି l ତାଙ୍କ ବିୟୋଗରେ ସରପଞ୍ଚ ହାତୀରାମ ଦୁର୍ଗା, ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ନାଏକ, ସର୍ବେଶ୍ୱର ନାଏକ,ସୁଶାନ୍ତ ନାଏକ, ଡମ୍ବରୁଧର ନାଏକ, ପିଇଓ ଶରତ ଚନ୍ଦ୍ର ଶବର, ଟିକେ ରାମ ସାହୁ ସାମ୍ବାଦିକ ତେଜନ ଦୁର୍ଗା, ସାମାଜିକ କର୍ମୀ ରାଜେଶ କୁମାର ପଟ୍ଟନାୟକ ଅଧ୍ୟାପକ ଉଦ୍ଧବ ନାଏକ, ପୂର୍ବତନ ସମିତି ସଭ୍ୟ ଗଣେଶ ରାମ ନାଏକ ପ୍ରମୁଖ ଶୋକ ବ୍ୟକ୍ତକରିବା ସହିତ ଶୋକ ସମ୍ପତ ପରିବାରଙ୍କୁ  ଧର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ଭଗବାନ ଠାରେ ପ୍ରାର୍ଥନା କରିଛନ୍ତି l

Previous Post Next Post

نموذج الاتصال